କୋରିଓଗ୍ରାଫର, ଫିଲ୍ମ ନିର୍ଦ୍ଦେଶକ ରେମୋ ଡି’ସୁଜାଙ୍କୁ ହୃଦଘାତ

ମୁମ୍ବାଇ – ଜଣାଶୁଣା କୋରିଓଗ୍ରାଫର ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡି’ସୁଜାଙ୍କୁ ଆଜି ଅପରାହ୍ନରେ ହୃଦଘାତ ହୋଇଛି । ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରେମୋଙ୍କ ପତ୍ନୀ ଲିଜ ଡିଜୁସା ତାଙ୍କ ସହ ହସ୍ପିଟାଲରେ ଅଛନ୍ତି। ରେମୋଙ୍କ ଆଞ୍ଜିଓଗ୍ରାଫି କରାଯାଇଥିବା ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି ।

ରେମୋ ଡି’ସୁଜା ଜଣେ ଜଣାଶୁଣା ସେଲିବ୍ରିଟି କୋରିଓଗ୍ରାଫର । ସେ ଅନେକ ବିଗ୍ ବ୍ୟାନର ବଲିଉଡ ଫିଲ୍ମରେ କୋରିଓଗ୍ରାଫି କରିଛନ୍ତି । ବଲିଉଡରେ କୋରିଓଗ୍ରାଫର ଭାବରେ ତାଙ୍କର କ୍ୟାରିଅର୍ ୧୯୯୫ରେ ଆରମ୍ଭ ହୋଇଥିଲା ।

ଏହା ପରେ ସେ ୨୦୦୦ରେ ‘ଦିଲ୍ ପେ ମତ୍ ଲେ ୟାର’ ଫିଲ୍ମରେ କୋରିଓଗ୍ରାଫି କରିଥିଲେ। କିନ୍ତୁ ଗତ କିଛି ବର୍ଷ ହେଲା ସେ ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ପାଦ ଦେଇଛନ୍ତି। ସେ ଫ୍ଲାଇଙ୍ଗ୍ ଜଟ୍, ରେସ୍,ଫାଲତୁ, ଏବିସିଡି, ଏବିସିଡି-୨ ଏବଂ ଷ୍ଟ୍ରିଟ୍ ଡାନ୍ସର୍ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହାଛଡା ଅନେକ ରିଆଲିଟି ସୋ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି ।

Comments are closed.