କୋରୋନାର ଦ୍ୱିତୀୟ ସଂକ୍ରମଣ ଆଶଙ୍କା : ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ କଟକଣା, ୭ ଦିନ ଗୃହ ସଂଗରୋଧ

ଭୁବନେଶ୍ୱର- ଓଡିଶାକୁ ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ କଟକଣା ଜାରି ହୋଇଛି । ସେହି ୫ଟି ରାଜ୍ୟହେଲା –ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ । ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଥିଲା । ୫ଟି ରାଜ୍ୟ ଫେରନ୍ତାଙ୍କ ପାଇଁ ୭ ଦିନ ହୋମ ଆଇସୋଲେସନ ବାଧ୍ୟତାମୂଳକ । କୋଭିଡ ନେଗେଟିଭ ରିପୋର୍ଟ ଥିଲେ ହୋମ୍ ଆଇସୋଲେସନ ବାଧ୍ୟତାମୂଳକ ନୁହେଁ । ୭୨ ଘଂଟାର କୋଭିଡ ନେଗେଟିଭ ରିପୋର୍ଟ ଥିଲେ ହୋମ ଆଇସୋଲେସନ ବାଧ୍ୟତାମୂଳକ ନୁହେଁ । କୌଣସି ଲକ୍ଷଣ ଥିଲେ ଆରଟି-ପିସିଆର୍ ଟେଷ୍ଟ କରାଯିବ । ସ୍ଥିତି ଦେଖି ଅନ୍ୟ ରାଜ୍ୟ ଫେରନ୍ତାଙ୍କ ପାଇଁ ନିୟମ ଲାଗୁ ହୋଇପାରେ ।

Comments are closed.