କୋରୋନା ପଜିଟିଭ ଚିହ୍ନଟ ଶିକ୍ଷକମାନେ ସ୍କୁଲ ଯାଇନାହାନ୍ତି : ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି – ଗଜପତି ଜିଲ୍ଲାରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଶିକ୍ଷକମାନେ ସ୍କୁଲରେ ଯୋଗ ଦେଇନାହାନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ଶାହ ଏହା କହିଛନ୍ତି । ପଜଟିଭ ଚିହ୍ନଟ ଶିକ୍ଷକମାନଙ୍କ ମଧ୍ୟରୁ କେହି ବି ଏ ଯାଏଁ ଡ୍ୟୁଟି ଜଏନ କରିନାହାନ୍ତି । ତେଣୁ ସ୍କୁଲ ସରକାରଙ୍କ ପ୍ରୋଟକଲ ଅନୁସାରେ ଚାଲିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ, ପଜିଟିଭ ଶିକ୍ଷକମାନଙ୍କ ଆରଟିପିସିଆର ଟେଷ୍ଟ୍ କରାଯିବ । ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲାରେ ଦୁଇ ଦିନ ମଧ୍ୟରେ ୨୬ ସ୍କୁଲ ଶିକ୍ଷକ କୋରୋନା ପଜିଟିଭ ହୋଇଛନ୍ତି ।

Comments are closed.