କୋରୋନା ବିରୋଧୀ ଲଢେଇ : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାର ଦାନ

ଭୁବନେଶ୍ୱର – କୋରୋନା ବିରୋଧରେ ଲଢେଇ ଦୃଢୀଭୂତ କରିବାକୁ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ଆଗେଇ ଆସୁଛନ୍ତି । କୋରୋନା ବିରୋଧରେ ଚାଲିଥିବା ଲଢେଇରେ ସହାୟତା ପାଇଁ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛି ।

ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଓ କୁଳପତି ଡକ୍ଟର ଏସ.କେ ଦାସ ଓଡିଶା ସରକାରଙ୍କ କୋରୋନା ବିରୋଧୀ ଲଢେଇକୁ ଭୂୟସୀ ପ୍ରଶଂସା କରିଛନ୍ତି । ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛି ।

Comments are closed.