କ୍ରିକେଟ୍ ଷ୍ଟାର ରାଇନା ଗିରଫ, କୋଭିଡ୍ ନିୟମ ଭାଙ୍ଗି ପାର୍ଟି କରୁଥିଲେ

ମୁମ୍ବାଇ – ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଥିବା ସୁରେଶ ରାଇନା ଗିରଫ ହୋଇଛନ୍ତି । କୋଭିଡ୍ ନିୟମ ଭାଙ୍ଗିଥିବା ଅଭିଯୋଗରେ ରାଇନାଙ୍କୁ ସୋମବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି । ରାଇନାଙ୍କ ସମେତ ପଞ୍ଜାବୀ ପପ୍ ଗାୟକ ଗୁରୁ ରାନ୍ଧୱା ଓ ବଲିଉଡ୍ ସେଲିବ୍ରିଟି ସୁସେନ୍ ଖାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ମୁମ୍ବାଇ ବିମାନ ବନ୍ଦର ନିକଟସ୍ଥ ଡ୍ରାଗନଫ୍ଲାଏ କ୍ଲବରେ ଏହି ସେଲିବ୍ରିଟିମାନେ କୋଭିଡ୍ ନିୟମ ଭାଙ୍ଗି ପାର୍ଟି କରୁଥିବା ସମୟରେ ପୋଲିସ୍ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା । ପରେ ସେମାନଙ୍କୁ ଜାମିନରେ ଛଡ଼ା ଯାଇଥିବା ପୋଲିସ୍ କହିଛି । ମୁମ୍ବାଇ ପୋଲିସର ସୂଚନା ଅନୁସାରେ, ରାଇନାଙ୍କ ସମେତ ୩୪ ଜଣ ବ୍ୟକ୍ତିଙ୍କୁ କୋଭିଡ୍ ନିୟମ ଭାଙ୍ଗିବା ଅଭିଯୋଗରେ ଗିରଫ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, କରୋନା ସଂକ୍ରମଣ ଦୃଷ୍ଟିରୁ ମହାରାଷ୍ଟ୍ର ସରକାର ପୁଣି ରାଜ୍ୟରେ ରାତ୍ରୀକାଳୀନ କଫ୍ରୁ୍ୟ ଲାଗୁ କରିଛନ୍ତି ।

Comments are closed.