ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଂଜୀକରଣ ଗତବର୍ଷ ତୁଳନାରେ ୧୩ ପ୍ରତିଶତ ବୃଦ୍ଧି, ନୂଆପଡା ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର- ୨୦୨୦-୨୧ ଖରିଫ ବିପଣନ ୠତୁରେ ମୂଲ୍ୟ ସହାୟକ ଯୋଜନାରେ ଖରିଫ ଧାନ ସଂଗ୍ରହ ପାଇଁ ଏ ଯାଏଁ ୧୪ ଲକ୍ଷ ୨ ହଜାର ୨୦୫ ଜଣ ଚାଷୀ ନାମ ପଂଜୀକରଣ କରିସାରିଛନ୍ତି, ଯାହା କି ଗତବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ । ଗତବର୍ଷ ବା ୨୦୧୯-୨୦୨୦ ଋତୁରେ ଖରିଫ ଧାନ ନିମନ୍ତେ ୧୨ ଲକ୍ଷ ୩୫ ହଜାର ୯୦୮ ଜଣ ଚାଷୀ ନାମ ପଂଜୀକରଣ କରିଥିଲେ ।

ଏଥର ସରକାରଙ୍କ କୋଭିଡ କଟକଣା ପାଳନ କରାଯାଇ ବିଭାଗ ଦ୍ୱାରା ପ୍ୟାକ୍ସ ଓ ଲ୍ୟାମ୍ପସ ମାଧ୍ୟମରେ ଚାଷୀ ନାମ ପଂଜୀକରଣ କାଯ୍ୟ ର୍ ସୁରୁଖୁରୁରେ କରାଯାଇଛି । ଗତବର୍ଷ ଅପେକ୍ଷା ଏଥର ଅଧିକ ଚାଷୀ ଖରିଫ ଧାନ ବିକିବା ପାଇଁ ଆଗେଇ ଆସିଥିବାରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କୃଷକ ଭାଇ ଓ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

୨୦୨୦-୨୧ରେ ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଗତବର୍ଷ ତୁଳନାରେ ନାମ ପଂଜୀକରଣ ସଂଖ୍ୟା ବୃଦ୍ଧି ପାଇଛି । ନୂଆପଡା ଜିଲ୍ଲାରେ ଗତଥର ଅପେକ୍ଷା ଏଥର ଚାଷୀ ନାମ ପଂଜୀକରଣ ଉଲ୍ଲେଖନୀୟ ଭାବେ ୩୫ ପ୍ରତିଶତ ବୃଦ୍ଧି ପାଇଛି । ବଲାଙ୍ଗିର ଓ ଯାଜପୁର ଜିଲ୍ଲାରେ ୨୯ ପ୍ରତିଶତ ଲେଖାଏଁ, ମୟୂରଭଂଜ ଜିଲ୍ଲାରେ ୨୮ ପ୍ରତିଶତ ଅଧିକ ଚାଷୀ ନାମ ପଂଜୀକରଣ କରିଛନ୍ତି ।

Comments are closed.