ଖୋର୍ଦ୍ଧା ଜଙ୍କିଆରୁ ୩୫୦ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର- ଖୋର୍ଦ୍ଧା ଜଙ୍କିଆରୁ ୩୫୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । କ୍ରାଇମବ୍ରାଂଚ ଏସଟିଏଫ ବ୍ରାଉନସୁଗାର ଜବତ କରିଛି । ଜଳେଶ୍ୱରରୁ ଆଣି ଜଙ୍କିଆରେ ଡିଲ୍ ହେଉଥିବା ବେଳେ ଡିଲରକୁ ଗିରଫ କରାଯାଇଛି । ଗିରଫ ଜଣକ ହେଉଛନ୍ତି ଖୋର୍ଦ୍ଧା ଓରବରସିଂର ଅକ୍ଷୟ ବଳିୟାର ସିଂ । ତାଠାରୁ ୮୦ ଗ୍ରାମ ସୁନା ବି ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ।

Comments are closed.