ଗଞ୍ଜାମ ଜିଲ୍ଲା କନିଷି ହାଟ ମିନି କଂଟେନମେଂଟ ଜୋନ୍ ଘୋଷିତ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ର କନିଷି ହାଟ ମିନି କଂଟେନମେଂଟ୍ ଜୋନ୍ ଘୋଷିତ ହୋଇଛି । ଜଣେ ଫଳ ବ୍ୟବସାୟୀ ପଜିଟିଭ ଚିହ୍ନଟ ପରେ ତହସିଲଦାର ଏହି ପଦକ୍ଷେପ ନେଇଛନ୍ତି । ଆସନ୍ତା ୭ ଦିନ ଯାଏ କନିଷି ହାଟ ବନ୍ଦ ରହିବ । ରବିବାର ସାପ୍ତାହିକ ହାଟକୁ ନ ଆସିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

Comments are closed.