ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ପାଇଁ ନବୀନ ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର-ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସମ୍ମୁଖ ଭାଗ କୋରୋନା ଯୋଦ୍ଧା ଭାବେ ମାନ୍ୟତା ଦେବା ପାଇଁ ନବୀନ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ମହାମାରୀ ବେଳେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସାମ୍ବାଦିକମାନେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି । ସେମାନେ ଲୋକଙ୍କୁ ସଠିକ୍ ଓ ପ୍ରାସଙ୍ଗିକ ସୂଚନା ଦେଉଛନ୍ତି । ତେଣୁ ସାମ୍ବାଦିକମାନଙ୍କୁ ସମ୍ମୁଖ କୋରୋନା ଯୋଦ୍ଧା ମାନ୍ୟତା ପାଇଁ ଓଡିଶା ସରକାରଙ୍କ ନିଷ୍ପତ୍ତି ପ୍ରଶଂସନୀୟ ବୋଲି ଟ୍ୱିଟ୍ କରିଛନ୍ତି ରାଜ୍ୟପାଳ ।

Comments are closed.