ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବାକୁ ଭାରତର ନିମନ୍ତ୍ରଣ ଗ୍ରହଣ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ୍‌

ନୂଆଦିଲ୍ଲୀ –ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଗଣତନ୍ତ୍ର ଦିବସରେ ଭାରତର ମୁଖ୍ୟ ଅତିଥି ହେବେ । ଏନେଇ ଜନସନ ଭାରତର ନିମନ୍ତ୍ରଣ ଗ୍ରହଣ କରିଛନ୍ତି ବୋଲି ବ୍ରିଟେନର ବୈଦେଶିକ ସଚିବ ସୂଚନା ଦେଇଛନ୍ତି । ଏହା ଏକ ସମ୍ମାନର ବିଷୟ ବୋଲି ଜନସନ୍ କହିଛନ୍ତି । ଗତବର୍ଷ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜନସନଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ ।

ଆସନ୍ତା ନୂଆବର୍ଷରେ ଭାରତ ଗସ୍ତରେ ଯିବା ନେଇ ମୁଁ ବେଶ୍ ଆନନ୍ଦିତ । ଭାରତ ଓ ବ୍ରିଟେନ ଦ୍ୱିପାକ୍ଷିକ ସମ୍ପର୍କ ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ ବୋଲି ଜନସନ୍ ଏକ ବିବୃତିରେ କହିଛନ୍ତି । ରାଜଧାନୀରେ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବାରେ ଜନସନ୍ ବ୍ରିଟେନର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେବେ । ଜନସନଙ୍କ ପୂର୍ବରୁ ୧୯୯୩ରେ ଜନ୍ ମେଜର ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହୋଇଥିଲେ ।

Comments are closed.