ଗାଡି କାଗଜପତ୍ର ନବୀକରଣ ଅବଧି ଡିସେମ୍ବର ୩୧ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ମୋଟର ଭେଇକିଲ୍ ଆକ୍ଟ ୧୯୮୯ ଅନୁସାରେ ସରକାର ଗାଡି କାଗଜପତ୍ର ନବୀକରଣ ସମୟସୀମାକୁ ଚଳିତବର୍ଷ ଶେଷ ଯାଏଁ ବୃଦ୍ଧି କରିଛନ୍ତି । ଯେଉଁମାନଙ୍କର ଗାଡି କାଗଜପତ୍ର ଅବଧି ୨୦୨୦ ଫେବ୍ରୁଆରୀ ୧ ରୁ ସରିଯାଇଛି, ସେମାନେ ବର୍ଧିତ ସମୟସୀମାର ଫାଇଦା ନେଇପାରିବେ । ସେମାନଙ୍କର କାଗଜପତ୍ରର ବୈଧତା ଆଗରୁ ଶେଷ ହୋଇଥିଲେ ବି ତାହା ବର୍ଷ ଶେଷ ଯାଏଁ ବୈଧ ରହିବ । ଅବଧିକୁ ପୂବ ର୍ରୁ ଚଳିତବର୍ଷ ସେପଟେମ୍ବର ୩୦ ଯାଏଁ ବୃଦ୍ଧି କରାଯାଇଥିଲା ।

Comments are closed.