ଚଳିତ ମାସରେ ତୃତୀୟ ଥର ପାଇଁ ରାଜ୍ୟରେ ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାରରୁ ତଳେ, ଖୋର୍ଦ୍ଧା ଜିଲ୍ଲାରୁ କମୁଛି ,ଏକ ଅଙ୍କରେ ପହଚିଂଲା ଗଞ୍ଜାମ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର- ଏହି ମାସରେ ତୃତୀୟ ଥର ପାଇଁ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧ ହଜାର ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୨୩ ଓ ସ୍ଥାନୀୟ ଅଂଚଳରୁ ୩୭୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ କୋରୋନା ସଂକ୍ରମଣ ୧୦୦ରୁ ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ମୟୂରଭଂଜ ଜିଲ୍ଲାରୁ ସର୍ବାଧିକ ୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୮୫, କଟକରୁ ୭୦ , ଖୋର୍ଦ୍ଧାରୁ ୬୮, କେନ୍ଦୁଝରରୁ ୫୧, ଅନୁଗୁଳରୁ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ କଥା ହେଲା ଗଞ୍ଜାମ ଜିଲ୍ଲାରୁ ଗତ ୨୪ ଘଂଟା ମଧ୍ୟରେ ମାତ୍ର ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବହୁ ମାସ ପରେ ପ୍ରଥମ ଥର ପାଇଁ ଜିଲ୍ଲାରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ଏକ ଅଙ୍କରେ ରହିଛି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୯୦୬କୁ ବୃଦ୍ଧି ପାଇଛି । ଏଥିରୁ ୨ ଲକ୍ଷ ୯୫ ହଜାର ୨୪୫ ଜଣ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ଏବେ ୧୧ ହଜାର ୯୮ ଜଣ ହିଁ ଚିକିତ୍ସିତ ହେଉଛନ୍ତି ।

Comments are closed.