ଚାକିରୀ ଠକେଇ ମାମଲାରେ ଆକାଶଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କଲା କ୍ରାଇମବ୍ରାଂଚ, ଟାଟା ମୋଟର୍ସର ଏମଡି ଭାବେ କହି ଲୋକଙ୍କୁ ଲୁୁଟୁଥିଲେ

ଭୁବନେଶ୍ୱର- ଚାକିରି ଠକେଇ ମାମଲାରେ ଆକାଶ ପାଠକଙ୍କ ସଂପୃକ୍ତି ବିଷୟରେ କ୍ରାଇମବ୍ରାଂଚ ପକ୍ଷରୁ ପ୍ରେସମିଟ୍ କରାଯାଇ ଅଧିକ ସୂଚନା ଦିଆଯାଇଛି । ଅନେକ ଚାକିରୀ ଆଶାୟୀଙ୍କୁ ଆକାଶ ପାଠକ ଠକିଛନ୍ତି । ନିଜକୁ ଟାଟା ମୋଟର୍ସର ଏମଡି କହି ଲୋକଙ୍କୁ ଠକୁଥିଲେ ଆକାଶ । କିଛି ଚାକିରି ଆଶାୟୀ ମୋଟା ଅଙ୍କର ଅର୍ଥ ଦେବାକୁ ବି ପଛାଉ ନ ଥିଲେ । ଜାଲ୍ ନିଯୁକ୍ତି ପତ୍ର ଦେଇଥିଲେ ଆକାଶ ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଂଟକୁ ଟଙ୍କା ଟ୍ରାନସଫର ହେଉଥିଲା । ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀମାନେ ଅର୍ଥ ନେଉଥିଲେ । ଠକାମିର ଶୀକାର ହୋଇଥିବା ଲୋକେ ଆଗକୁ ଆସି ଏତଲା ଦାୟର କରିବାକୁ ନିବେଦନ କରିଛନ୍ତି କ୍ରାଇମବ୍ରାଂଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଭାବୀ ଜ୍ୱାଇଁ ଆକାଶ ଟାଟା ମୋଟର୍ସରେ ଚାକିରି କରୁଥିବା ବିଧାୟକ ପ୍ରଦୀପ କହି ବୁଲୁଥିଲେ । ୬ ଜଣ ଚାକିରୀ ଆଶାୟୀଙ୍କ ଅଭିଯୋଗ ଆଧାରେ ଠକେଇ ମାମଲାର ତଦନ୍ତ ହୋଇଥିଲା । ୬ ଜଣଙ୍କ ମଧ୍ୟରୁ ୨ ଜଣ ପ୍ରଦୀପଙ୍କ ଆକାଂଉଟକୁ ସିଧାସଳଖ ଟଙ୍କା ପଠାଇଛନ୍ତି ।ଏହି ମାମଲାରେ ଆକାଶଙ୍କ ପିଏ ଡେଭିଡ ପିଟରଙ୍କୁ ମଧ୍ୟ ପଚରାଉଚରା ହୋଇଥିଲା ।

ଏଣେ ଟାଟା ମୋଟର୍ସରେ ଚାକିରି କରାଇଦେବା କହି ଠକେଇ ମାମଲାରେ ବୋରିଗାଁ ସରପଂଚ ବସନ୍ତୁ ସାହୁଙ୍କୁ କ୍ରାଇମବ୍ରାଂଚ ପଚରାଉଚରା କରିଛି । ଚାକିରି ପାଇଁ ପୁତୁରାର ବାୟୋଡାଟା ପ୍ରଦୀପ ପାଣିଗ୍ରାହୀଙ୍କୁ ସେ ଦେଇଥିଲେ । କମ୍ବୁପାଣି ସାହୁଙ୍କ ଆକାଂଉଟରୁ ପ୍ରଦୀପଙ୍କ ଆକାଉଂଟକୁ ଲକ୍ଷାଧିକ ଟଙ୍କା ଆସିଥିଲା । କମ୍ବୁପାଣି ସାହୁଙ୍କୁ ମଧ୍ୟ କ୍ରାଇମବ୍ରାଂଚର ୪ ଜଣିଆ ଟିମ୍ ପଚରାଉଚରା କରୁଛି ।

Comments are closed.