ଚାରି ଦିନରେ ୭ ରାଜ୍ୟକୁ ୧୨୬୭ ଟନ୍ ଅକ୍ସିଜେନ୍ ଯୋଗାଇଛି ଓଡିଶା, ଆନ୍ଧ୍ରକୁ ସର୍ବାଧିକ ୪୫୮ ମେଟ୍ରିକ ଟନ୍

ଭୁବନେଶ୍ୱର-ଚାରି ଦିନରେ ୭ଟି ରାଜ୍ୟକୁ ୧ ହଜାର ୨୬୭ ଟନ୍ ଅକ୍ସିଜେନ୍ ଯୋଗାଇଛି ଓଡିଶା । ଅକ୍ସିଜେନ ଯୋଗାଣ କମିଟିର ନୋଡାଲ୍ ଅଫିସର ଯଶବନ୍ତ ଜେଠୱା ଏହି ସୂଚନା ଦେଇଛନ୍ତି । ଆନ୍ଧ୍ର ପ୍ରଦେଶକୁ ସର୍ବାଧିକ ୪୫୮ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଯାଇଛି । କୋଭିଡ ଔଷଧ କଳାବଜାରୀ ନେଇ ଜେଠୱା କହିଛନ୍ତି ଯେ, ୨୨ଟି ଫ୍ଲାଇଁ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଅନିୟମିତତା ସାମନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜେଠୱା କହିଛନ୍ତି ।

Comments are closed.