୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକା, ପଞ୍ଜୀକରଣ ପରେ ମହଜୁଦ ଟିକାକୁ ଦେଖି ହିଁ ସ୍ଲଟ୍ ବୁକ୍ କରାଯିବ

ଭୁବନେଶ୍ୱର- ମେ ପହିଲାରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ କୋଭିଡ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ଆସନ୍ତା ୨୮ ତାରିଖରୁ ଅନଲାଇନ୍ ପଂଜୀକରଣ ଆରମ୍ଭ ହେବ । ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟରେ ମହଜୁଦ ଥିବା ୫ .୭୫ ଲକ୍ଷ ଟିକା ଆଉ ୪ ଦିନରେ ସରିଯିବ । ୨ଟି ଟିକା କଂପାନିକୁ ରାଜ୍ୟ ସରକାର ଲେଖିଥିବା ଚିଠିର ଉତ୍ତର ମିଳିନାହିଁ । ପଂଜୀକରଣ ପରେ ମହଜୁଦ ଟିକାକୁ ଦେଖି ସ୍ଲଟ୍ ବୁକ୍ କରାଯିବ । ଆଜି ରାଜ୍ୟରେ ୫୪୦ଟି କେନ୍ଦ୍ରରେ ଟିକା ଦିଆଯାଉଥିବା ସେ ସୂଚନା ଦେଇଛନ୍ତି ।

Comments are closed.