ଚାଷୀ ଆନ୍ଦୋଳନ ସହ ଜଡିତ ୨୦୦ରୁ ଊର୍ଦ୍ଧ୍ୱ ଆକାଉଣ୍ଟ୍ ବ୍ଲକ୍ କଲା ଟ୍ୱିଟର

ନୂଆଦିଲ୍ଲୀ –ଚାଷୀ ଆନ୍ଦୋଳନ ସହ ଜଡିତ ୨୦୦ରୁ ଊର୍ଦ୍ଧ୍ୱ ଆକାଉଣ୍ଟକୁ ଟ୍ୱିଟର ବ୍ଲକ୍ କରିଦେଇଛି । ଏହି ସବୁ ଆକାଉଣ୍ଟ୍ ବନ୍ଦ କରିବାକୁ କେନ୍ଦ୍ର ସରକାର ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ । କିଷାନ ଏକତା ମୋର୍ଚ୍ଚା, ଟ୍ରାକ୍ଟର ଟୁ ବାଇଟ୍, ଜଟ୍ ଜଙ୍କସନ୍, ଦ କାରାଭାନ ଇଣ୍ଡିଆ ଭଳି ଆକାଉଣ୍ଟକୁ ଟ୍ୱିଟର ବନ୍ଦ କରିଦେଇଛି । ଏହାଛଡ଼ା କିଛି ଗଣମାଧ୍ୟମ ସଂସ୍ଥାର ଆକାଉଣ୍ଟକୁ ମଧ୍ୟ ବ୍ଲକ୍ କରିବାକୁ ସରକାର ଏହି ମାଇକ୍ରେବ୍ଲଗିଂ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀ ଆନ୍ଦୋଳନ ନାମରେ ଏହି ସବୁ ଆକାଉଣ୍ଟ୍ ଗୁଜବ ପ୍ରଚାର କରୁଛନ୍ତି ବୋଲି ସରକାରଙ୍କ ତରଫରୁ କୁହାଯାଇଛି । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଏହିଭଳି ପ୍ରାୟ ୨୫୦ ଆକାଉଣ୍ଟକୁ ବନ୍ଦ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲା । ବନ୍ଦ ହୋଇଥିବା ଟ୍ୱିଟର ଆକାଉଣ୍ଟ୍ ମଧ୍ୟରୁ କିଛି ଆକାଉଣ୍ଟ ୍ ଟ୍ୱିଟରରେ #ModiPlanningFarmerGenocide ହ୍ୟାସଟାଗ୍ ଟ୍ରେଣ୍ଡ୍ କରୁଥିଲେ । ତେବେ ଏଥିରେ ସମ୍ପୃକ୍ତ ନଥିବା କିଛି ଆକାଉଣ୍ଟ ମଧ୍ୟ ବ୍ଲକ୍ କରାଯାଇଛି ବୋଲି ଅଭିଯୋଗ ହୋଇଛି ।

Comments are closed.