ଜଙ୍ଗଲ ନିଆଁ କାର୍ଯ୍ୟରେ ନିୟୋଜିତ ହେବ ଓଡ୍ରାଫ

ଭୁବନେଶ୍ୱର- ଜଙ୍ଗଲ ନିଆଁ ଲିଭାଇବା କାମରେ ଓଡ୍ରାଫକୁ ନିୟୋଜିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ୍ରାଫକୁ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସମସ୍ତ ଡିଏଫଓଙ୍କୁ ଚିଠି ଲେଖାଯାଇଛି । ଜଙ୍ଗଲ ନିଆଁ ସଂପର୍କରେ ଡିଏଫଓମାନେ ପ୍ରତିଦିନ ରିପୋର୍ଟ ଦେବେ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଙ୍ଗଲ ନିଆଁ ଲିଭାଇବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ । ପୂର୍ବତନ ପ୍ରଧାନ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି ।

Comments are closed.