ଜମ୍ମୁ-କାଶ୍ମୀର: ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର – ଜାମ୍ମୁ-କାଶ୍ମୀରର ଅନ୍ତନନାଗ ଜିଲ୍ଲାରେ ଆଜି ସୁରକ୍ଷା ବାହିନୀଙ୍କ ସହ ଏନକାଉଣ୍ଟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ ନିହତ ଦୁଇ ଆତଙ୍କବାଦୀ ହେଲେ ଆଦିଲ ଅହମ୍ମଦ ଭଟ୍ଟ ଏବଂ ଜାହିର ଆମିନ ରାଥର ।

କାଶ୍ମୀର ଆଇଜି ବିନୟ କୁମାର କହିଛନ୍ତି ଯେ, ଅନନ୍ତନାଗର କାନ୍ଦିପୋରା ଅଞ୍ଚଳରେ ଦୁଇ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇବା ପରେ ପୋଲିସ୍ ଓ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଚାରିପଟୁ ଘେରି ଅପରେସନ୍ ଆରମ୍ଭ କରିଥିଲେ । ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ନିହତ ଦୁଇ ଆତଙ୍କବାଦୀ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ସେହି ଅଞ୍ଚଳରେ ଏବେ ବି ଆହୁରି ଦୁଇରୁ ତିନି ଆତଙ୍କବାଦୀ ଥିବା ନେଇ ସନ୍ଦେହ କରାଯାଉଛି । ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ ଜାରି ରଖିଛି ।

Comments are closed.