ଜାତିସଂଘ ମହାସଚିବ ପଦ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଆକାଂକ୍ଷା

ନ୍ୟୁୟର୍କ – ଜାତିସଂଘର ପରବର୍ତ୍ତୀ ମହାସଚିବ ପାଇଁ ଭାରତୀୟ ବଂଶୋଭବ ଆରୋରା ଆକାଂକ୍ଷା ନିଜ ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି । ଆକାଂକ୍ଷା ଜାତିସଂଘର ଜଣେ କର୍ମଚାରୀ । ବର୍ତ୍ତମାନର ମହାସଚିବ ଆଣ୍ଟୋନିଓ ଗୁଟେର୍‌ସ ଏହି ସମ୍ମାନଜନକ ପଦରେ ଆଉ ପାଞ୍ଚ ବର୍ଷ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଆକାଂକ୍ଷା ପ୍ରଥମ ବ୍ୟକ୍ତି ଭାବେ ଗୁଟେର୍‌ସଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି ।

୩୪ ବର୍ଷୀୟା ଆକାଂକ୍ଷା ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)ର ଅଡିଟ୍ କୋର୍ଡିନେଟର ଭାବେ କାର୍ଯ୍ୟ କରୁଛନ୍ତି । ଜାତିସଂଘ ମହାସଚିବ ପଦ ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲିି ଏହି ଭାରତୀୟ ବଂଶଜ କହିଛନ୍ତି । ଏଥିପାଇଁ ସେ ଅନଲାଇନରେ ନିଜ ସପକ୍ଷରେ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ, ଗତ ୭୫ ବର୍ଷ ଧରି ବିଶ୍ୱ ପ୍ରତି ନିଜ ପ୍ରତିଶ୍ରୁତି ପାଳନ କରିବାରେ ଜାତିସଂଘ ବିଫଳ ହୋଇଛି । ଏହି ବିଶ୍ୱ ସଂଗଠନର ନେତୃତ୍ୱରେ ପରିବର୍ତ୍ତନ ପାଇଁ ସମୟ ଆସିଛି ବୋଲି ଆକାଂକ୍ଷା କହିଛନ୍ତି ।

Comments are closed.