ଜାତି ଭିତ୍ତିକ ଜନଗଣନା ଉପରେ କେନ୍ଦ୍ରକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ଜାତି ଭିତ୍ତିକ ଜନଗଣନା ନେଇ ଏକ ପିଟିସନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାର, ଜାତୀୟ ପଛୁଆ ବର୍ଗ ଆୟୋଗ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟକୁ ନୋଟିସ ଜାରି ଜବାବ ତଲବ କରିଛନ୍ତି ।

ଜି.ମଲ୍ଲେଶ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଆବେଦନକାରୀ ଯୁକ୍ତି କରିଛନ୍ତି ଯେ, ଜାତିଗତ ଜନଗଣନା ସମ୍ବନ୍ଧୀୟ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ପୂର୍ବରୁ ବିଚାରାଧୀନ ରହିଛି । ୨୦୨୧ ଜନଗଣନା ଫର୍ମରେ ଧର୍ମ, ଏସ୍‌/ଏସ୍‌ଟି ପାଇଁ ସ୍ତମ୍ଭ ଅଛି । ତେବେ ସେହି ଫର୍ମରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ଏଭଳି କୌଣସି ସମ୍ଭ ନାହିଁ । ଆବେଦନକାରୀ କହିଛନ୍ତି ଯେ, ଶିକ୍ଷା, ଚାକିରୀ, ନିର୍ବାଚନ ଆଦି କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବାରେ ଓବିସି ମାନଙ୍କ ଜାତିଗଣ ଜନଗଣନାର ଗୁରୁତ୍ୱପୂର୍ଣ୍ଣ ।

ଉଲ୍ଲେଖଯୋଗ୍ୟ, ଦେଶରେ ଜାତିଗତ ଜନଗଣନା ପାଇଁ ଦୀର୍ଘଦିନ ଧରି ଦାବି ହେଉଛି । ଭାରତରେ ଜନଗଣନା ଚଳିତ ବର୍ଷ ହେବା ସମ୍ଭାବନା ରହିଛି । ଏହା ଗତବର୍ଷ ହେବାର ଥିଲା । ତେବେ କରୋନା ମହାମାରୀ ପାଇଁ ସ୍ଥଗିତ ରଖାଯାଇଥିଲା । କେନ୍ଦ୍ର ସରକାର ଏବେ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସଙ୍କେତ ଦେଇଛନ୍ତି ।

Comments are closed.