ଜାତୀୟ କୀର୍ତ୍ତିରାଜି ସଂରକ୍ଷଣ ସଂସ୍ଥାର ଅଧିନିୟମ ବିରୋଧରେ ମତ ଦେବେ ଶ୍ରୀମନ୍ଦିର ସେବାୟତ ନିଯୋଗ

ପୁରୀ –ଜାତୀୟ କୀର୍ତ୍ତିରାଜି ସଂରକ୍ଷଣ ସଂସ୍ଥା-ଏନଏମଏର ଏକ ଅଧିନିୟମ ବିରୋଧରେ ମତ ଦେବ ଶ୍ରୀମନ୍ଦିର ସେବାୟତ ନିଯୋଗ । ଏହି ଅଧିନିୟମ ବଳରେ କୀର୍ତ୍ତିରାଜି ପରିସରରେ ବିକାଶ ଉପରେ କଟକଣା ଜାରି କରାଯାଇଥାଏ । ପୁରୀରେ ଶ୍ରୀମନ୍ଦିର ସମେତ ୮ଟି କୀର୍ତ୍ତିରାଜି ଏନଏମଏ କଟକଣା ପରିଧିରେ ସ୍ଥାନିତ ହୋଇଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ବିକାଶ ଉପରେ ଅଧିନିୟମରେ କଟକଣା ଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ନିୟମ ବିରୋଧରେ ମତ ଦେବ ବୋଲି ସୂଚନା ମିଳିଛି । ଅଧିନିୟମ ଉପରେ ଫେବ୍ରୁଆରୀ ୧୮ ସୁଦ୍ଧା ମତାମତ ମାଗିଛି ଜାତୀୟ କୀର୍ତ୍ତିରାଜି ସଂସ୍ଥା ।

Comments are closed.