ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରରେ ୮୧ ପ୍ରତିଶତରୁ ଅଧିକ କୋରୋନା ଯୋଦ୍ଧାଙ୍କୁ ଟିକାଦାନ

ଭୁବନେଶ୍ୱର- ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟିକାକରଣରେ ଶନିବାର ୪୩୦ଟି ସ୍ଥାନରେ ୮୧ ଦଶମିକ ୩ ପ୍ରତିଶତ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ୧୦ଟି ଜିଲ୍ଲାରେ ଶତ ପ୍ରତିଶତରୁ ଅଧିକ ଟିକାଦାନ ହୋଇଥିବା ଜଣାପଡିଛି . ରାୟଗଡା ଜିଲ୍ଲାରେ ସର୍ବାଧିକ ୧୭୩ ଦଶମିକ ୭ ପ୍ରତିଶତ କୋରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ମୋଟ ୩୯ ହଜାର ୩୭୫ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରର ୧୦ଟି ସ୍ଥାନରେ ୧ ହଜାର ୨୭୧ ଜଣଙ୍କୁ ଟିକା ଦିଆଯାଇଛି । ଟିକା ନେବା ପରେ କେହି ଅସୁସ୍ଥ ହୋଇଥିବାର କୌଣସି ସୂଚନା ନାହିଁ ।

Comments are closed.