ଝାଡଖଣ୍ଡ କୋଲ୍ ବ୍ଲକ୍ ଆଂବଟନ ଦୁର୍ନୀତି, ଦିଲୀପ ରାୟଙ୍କୁ ଦଣ୍ଡବିଧାନ ଆସନ୍ତା ୨୬ ଯାଏଁ ସ୍ଥଗିତ

ନୂଆଦିଲ୍ଲୀ – ଝାଡଖଣ୍ଡ କୋଲବ୍ଲକ୍ ଆବଂଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ଦଣ୍ଡବିଧାନ ଶୁଣାଣି ଘୁଂଚିଯାଇଛି । ଅକ୍ଟୋବର ୨୬ ଯାଏଁ ଦଣ୍ଡବିଧାନକୁ ସ୍ଥଗିତ ରଖିଛନ୍ତି ସ୍ୱତନ୍ତ୍ର କୋର୍ଟ । ସେହି ଦିନ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମସ୍ତ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋଲବ୍ଲକ ଦୁର୍ନୀତି ମାମଲାରେ ଦିଲୀପ ରାୟ ପ୍ରଥମ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭାବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କ ସହ ତତ୍କାଳୀନ କୋଇଲା ମନ୍ତ୍ରାଳୟର ଅନ୍ୟ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ବି ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।

Comments are closed.