ଟିଆର୍‌ପି ସ୍କାମ: ‘ବାର୍କ’ର ପୂର୍ବତନ ସିଇଓ ଗିରଫ

ମୁମ୍ବାଇ – ଟିଆରପି ଜାଲିଆତି ମାମଲାରେ ମୁମ୍ବାଇ ପୋଲିିସ୍ ‘ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ କାଉନସିଲ (ବାର୍କ)’ର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କୁ ଗିରଫ କରିଛି । ଗୁରୁବାର ରାତିରେ ଦାସଗୁପ୍ତାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଦାସଗୁପ୍ତାଙ୍କୁ ମିଶାଇ ଏହି ମାମଲାରେ ଏଯାବତ୍ ୧୫ ଜଣଙ୍କୁ ଗିରଫ କରାଗଲାଣି । କିଛିଦିନ ତଳେ ‘ବାର୍କ’ର ପୂର୍ବତନ ଚିଫ୍ ଅପରେଟିଂ ଅଫିସର ରାମିଲ ରାମଗାଡିଆଙ୍କୁ ବି ଗିରଫ କରାଯାଇଥିଲା । ଏହି ମାମଲାରେ ରିପବ୍ଲିକ ଟିଭିର ସିଇଓ ବିକାଶ ଖାନଚନ୍ଦାନୀଙ୍କୁ ମଧ୍ୟ ଡିସେମ୍ବର ୧୩ରେ ଗିରଫ କରାଯାଇଥିଲା । ପରେ ସେ ଜାମିନରେ ମୁକୁଳିଥିଲେ । କିଛି ଚ୍ୟାନେଲ ଦ୍ୱାରା ଟିଆରପି ଜାଲିଆତି କରାଯାଉଥିବା ନେଇ ବାର୍କର ଅଭିଯୋଗ ପରେ ମୁମ୍ବାଇ ପୋଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା । ବିଜ୍ଞାପନଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଟିଆରପି ରେଟିଂ ଏକ ଟିଭି ଚ୍ୟାନେଲ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭି ସମେତ ପାଞ୍ଚ ଚ୍ୟାନେଲ ନାଁରେ ଟିଆରପି ଜାଲିଆତି ଅଭିଯୋଗ ହୋଇଛି । ସେମାନଙ୍କ ଚ୍ୟାନେଲ ଦେଖିବା ପାଇଁ ଏହି ଚ୍ୟାନେଲ ଗୁଡିକ ତରଫରୁ ଲୋକଙ୍କୁ ଟଙ୍କା ଦିଆଯାଉଥିଲା ।

Comments are closed.