ଟିକା ଅଭାବ ମଧ୍ୟରେ ରାଜ୍ୟରେ ଟିକା ଉତ୍ସବ

ଭୁବନେଶ୍ୱର-ପରିବାର କଲ୍ୟାଣ ନିର୍ଦ୍ଦେକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ରାଜ୍ୟର ୯ ଶହ ଟିକାଦାନ କେନ୍ଦ୍ର ଟିକା ଅଭାବରୁ ବନ୍ଦ ରହିଛି । ମାତ୍ର ୫୭୯ କେନ୍ଦ୍ରରେ ହିଁ ଟିକା ରହିଛି । ସେଠାରେ ହିଁ ଟିକା ଉତ୍ସବ କରାଯାଉଛି । ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ଟିକା ସରିଯିବ । ଟିକା ଅଭାବ ଦୃଷ୍ଟିରୁ କେନ୍ଦ୍ରକୁ ୨୫ ଲକ୍ଷ ଟିକା ମାଗିଥିଲେ ରାଜ୍ୟ ସରକାର । କିନ୍ତୁ କାଲି ଅଢେଇ ଲକ୍ଷ ଟିକା ହିଁ ଆସିଥିଲା । କେନ୍ଦ୍ରରୁ ଟିକା ଯଥା ଶୀଘ୍ର ନ ଆସିଲେ ଟିକା ଉତ୍ସବ ବାଧାପ୍ରାପ୍ତ ହେବ । ଅଧିକ ସଂକ୍ରମିତ ଜିଲ୍ଲାକୁ ଟିକାଦାନ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି ବୋଲି ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଯେ, ଖୋର୍ଦ୍ଧା, ସୁନ୍ଦରଗଡ, ନୂଆପଡା, ବଲାଙ୍ଗିର ଭଳି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଉଛି । ଗତକାଲି ସୁଦ୍ଧା ରାଜ୍ୟରେ ୪୨ ଲକ୍ଷ ଡୋଜ୍ ଟିକା ଦିଆଯାଇଥିଲା ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Comments are closed.