ଡିଆରଡିଓ ଚେୟାରମ୍ୟାନଙ୍କ ସୂଚନା, ମେ ୧୧-୧୨ରୁ ବଜାରରେ ଉପଲବ୍ଧ ହେବ ଡିଆରଡିଓର କୋଭିଡ୍ ଔଷଧ

ନୂଆଦିଲ୍ଲୀ: ଜରୁରୀକାଳୀନ ବ୍ୟବହାର ପାଇଁ ଡିଆରଡିଓର କୋଭିଡ୍ ଔଷଧ ‘୨-ଡିଅକ୍ସି-ଡି-ଗ୍ଲୁକୋଜ୍’କୁ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଅନୁମତି ଦେଇଛନ୍ତି । ଡିଆରଡିଓ ଚେୟାରମ୍ୟାନ୍ ଡକ୍ଟର ସତୀଶ ରେଡ୍ଡୀ କହିଛନ୍ତି ଯେ ମେ ୧୧ କିମ୍ବା ୧୨ରୁ ଏହି କୋଭିଡ ଔଷଧ ବଜାରରେ ଉପଲବ୍ଧ ହେବା ଆରମ୍ଭ କରିବ। ସେ କହିଛନ୍ତି ଯେ ଆରମ୍ଭରୁ ଅତି କମରେ ୧୦ ହଜାର ଡୋଜ ଔଷଧ ବଜାରକୁ ଆସିପାରେ। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ଆଧାରରେ ରୋଗୀମାନେ ଏହି ଔଷଧ ଖାଇବା ଉଚିତ୍।

ଡକ୍ଟର ରେଡ୍ଡୀସ୍ ଲାବୋରେଟୋରୀ ସହିତ ମିଳିତ ଭାବରେ ଡିଆରଡିଓ ଏହି ଓଷଧ ପ୍ରସ୍ତୁତ କରିଛି |

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, କ୍ଲିନିକାଲ ଟ୍ରାଏଲରେ ଏହି ଔଷଧ ପ୍ରଭାବୀ ସାବ୍ୟସ୍ତ ହୋଇଥିଲା । ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବାରେ ‘୨-ଡିଓକ୍ସି-ଡି-ଗ୍ଲୁକୋଜ (୨-ଡିଜି)’ ସହାୟକ ହେବ । ଏହା ବ୍ୟତୀତ ଅକ୍ସିଜେନ ଉପରେ ରୋଗୀର ଅତ୍ୟଧିକ ନିର୍ଭରଶୀଳତାକୁ ମଧ୍ୟ ଏହି ଔଷଧ ହ୍ରାସ କରିବ | ଏହି ଔଷଧ ମଧ୍ୟମ ଏବଂ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଇ ପାରିବ ।

ଡିଆରଡିଓ ଦ୍ୱାରା ବିକଶିତ ଏହି ଔଷଧ ପାଉଡର ଆକାରରେ ଏକ ପ୍ୟାକେଟରେ ଆସିଵ | ରୋଗୀ ଏହି କୋଭିଡ ଔଷଧକୁ ପାଣିରେ ମିଶାଇ ସେବନ କରିବେ ।

Comments are closed.