ଡିସେମ୍ବର ୨୮ରୁ ଖୋଲିବ ଆରଡି ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ୩ରୁ ଖୋଲିବ ଭଦ୍ରକ ଜିଲ୍ଲାର ସବୁ ଧର୍ମପୀଠ

ଭଦ୍ରକ- ଭଦ୍ରକ ଜିଲ୍ଲାରେ ଆସନ୍ତା ଜାନୁଆରୀ ୩ ତାରିଖରୁ ସବୁ ଉପାସନା ପୀଠ ଖୋଲିବ । କୋଭିଡ ନିୟମ ମାନି ଶ୍ରଦ୍ଧାଳୁମାନେ ଉପାସନା ପୀଠ ଯାଇପାରିବେ । ଭଦ୍ରକ ଜିଲ୍ଲାପାଳଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଏହିମାସ ୨୮ ତାରିଖରେ ଖୋଲାଯିବ । ୨୮ ଓ ୨୯ ତାରିଖ ଦିନ କେବଳ ସେବାୟତ ଓ ସେମାନଙ୍କର ପରିବାର ସଦସ୍ୟ ହିଁ ବାବାଙ୍କ ଦର୍ଶନ କରିବେ । ଡିସେମ୍ବର ୩୦ ଓ ୩୧ ତାରିଖରେ ଆରଡି ବାସିନ୍ଦା ହିଁ ବାବାଙ୍କ ଦର୍ଶନ କରିବେ । ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ । ୨୦୨୧ ମସିହା ଜାନୁଆରୀ ୩ ତାରିଖରୁ ଅନ୍ୟ ଅଂଚଳର ଲୋକେ ବି ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.