କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରାଙ୍କ ଦେହାନ୍ତ

ନୂଆଦିଲ୍ଲୀ – କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରାଙ୍କ ସୋମବାର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ଭୋରା ଗତ କିଛିଦିନ ଧରି ଅସୁସ୍ଥ ଥିଲେ ଓ ଏସକର୍ଟ ହସ୍ପିଟାଲ୍ସରେ ଚିକିତ୍ସିତ ହେଉଥିଲେ ।

ଗତକାଲି ତାଙ୍କର ଜନ୍ମଦିନ ଥିଲା । ସେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ଉତ୍ତର ପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଗାନ୍ଧୀ ପରିବାରର ଘନିଷ୍ଠ ଥିବା ଭୋରା ଦୀର୍ଘ ସମୟ ଧରି ଦଳର କୋଷାଧ୍ୟକ୍ଷ ଥିଲେ । ବୟସାଧିକ୍ୟ ଦର୍ଶାଇ ରାହୁଲ ଗାନ୍ଧୀ ୨୦୧୮ରେ ଭୋରାଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱରୁ ମୁକ୍ତ କରି ଅହମ୍ମଦ ପଟେଲଙ୍କୁ ଦେଇଥିଲେ ।

ପଟେଲଙ୍କ ଗତମାସରେ ପରଲୋକ ହୋଇଥିଲା । ଦୁଇମାସରେ ଦୁଇ ବରିଷ୍ଠ ନେତାଙ୍କ ମୃତ୍ୟୁ କଂଗ୍ରେସ ପାଇଁ ଶକ୍ତ ଧକ୍କା ହୋଇଛି । ଭୋରାଙ୍କ ମୃତ୍ୟୁରେ ରାହୁଲଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ପଟେଲ ସମେତ କଂଗ୍ରେସର ଅନ୍ୟ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି ।

Comments are closed.