ଡିସେମ୍ବର ୩୧ରେ ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ଭୁବନେଶ୍ୱର- ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ । ଏ ନେଇ ଆଜି ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତ୍ରିପାଠୀ ୩୧ ରେ ଅବସର ଗ୍ରହଣ କରୁଥିବା ନେଇ ସୂଚିଚ କରିଛନ୍ତି ରାଜ୍ୟ ସରକାର । ଏଣେ ଅସିତ ତ୍ରିପାଠୀଙ୍କ ସ୍ଥାନ କିଏ ନେବ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଉନ୍ନୟନ କମିଶନର ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ ଦୌଡରେ ଆଗରେ ରହିଛନ୍ତି ବୋଲି କୁହାଯାଉଛି ।

Comments are closed.