ତାମିଲନାଡୁ ନିର୍ବାଚନ: ଦକ୍ଷିଣ କୋଏମ୍ବାଟୁର ଆସନରୁ ନିର୍ବାଚନ ଲଢ଼ିବେ କମଲ ହାସନ

ଚେନ୍ନାଇ – ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​ ଅଭିନେତା କମଲ ହାସନ କୋଏମ୍ବାଟୁର ଦକ୍ଷିଣ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଶୁକ୍ରବାର ଦିନ ସେ ତାଙ୍କ ଦଳ ମକ୍କାଲ ନିହି ମାୟାମ (ଏମ୍ ଏନ୍ଏମ) ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ମୁକୁମ୍ବିକାଙ୍କୁ ଉଦୁମାଲପେଟ ଆସନରୁ ପ୍ରାର୍ଥୀ କରାଯାଇଛି। ଟି.ନଗର ଆସନରୁ ପାଝା କାରୁପେୟା, ମାଇଲପୋରରୁ ଶ୍ରୀପ୍ରିୟା, ଶରଦ ବାବୁ ଆଲାଣ୍ଡୁର, ଡକ୍ଟର ସାନ୍ତୋଷ ବାବୁ ଭେଲାଚେରୀ, ଡକ୍ଟର ଆର ମହେନ୍ଦ୍ରନଙ୍କୁ ସିଗନାଲୁର ଆସନରୁ ମନୋନୀତ କରାଯାଇଛି। ଡକ୍ଟର ଶୁଭ୍ରା ଚାର୍ଲ୍ସଙ୍କୁ ମକ୍କାଲ ନିଧି ମାୟାମ (ଏମ୍ଏନ୍ଏମ)) ର କନ୍ୟାକୁମାରୀ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।

ତାଙ୍କ ସ୍ୱର୍ଗତ ପିତା ଶ୍ରୀନିବାସନଙ୍କୁ ମନେ ପକାଇ କମଲ ହାସନ ତାଙ୍କ ନିର୍ବାଚନମଣ୍ଡଳୀର ଲୋକମାନେ ତାଙ୍କୁ ଭୋଟ୍ ଦେବେ ଏବଂ ତାଙ୍କୁ ବିଧାନସଭାକୁ ପଠାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ଅଭିନେତା-ରାଜନେତା ହାସନ କହିଛନ୍ତି ଯେ ମୋର ପିତାଙ୍କ ସ୍ୱପ୍ନ ଥିଲା ଆଇଏଏସ୍ ଅଧିକାରୀ ହେବା ଏବଂ ପରେ ରାଜନୀତିରେ ପ୍ରବେଶ କରିବା। ଆଇଏଏସ୍ ହେବା ନେଇ ମୁଁ ତାଙ୍କ ସ୍ୱପ୍ନକୁ ପୂରଣ କରିପାରିଲି ନାହିଁ ଯଦିଓ, ମୋ ପାର୍ଟିରେ ଅନେକ ଆଇଏଏସ୍ ଅଧିକାରୀ ଅଛନ୍ତି | ଏହା ଆମ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି ।ତାମିଲନାଡୁରେ ଏପ୍ରିଲ ୬ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ।

Comments are closed.