ତୃତୀୟ ଟି-୨୦: ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ହରାଇଲା ପାକିସ୍ତାନ

ନାପିଆର – ନ୍ୟୁଜିଲ୍ୟାଣ୍ଡର ନାପିଆରର ମ୍ୟାକ୍ଲିନ୍ ପାର୍କରେ ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ପାକିସ୍ତାନ କିୱି ଦଳକୁ ଚାରି ୱିକେଟରେ ପରାସ୍ତ କରିଛି। ତେବେ ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ପାକିସ୍ତାନ ପରାସ୍ତ ହୋଇଥିଲା । ନ୍ୟୁଜିଲ୍ୟାଣ୍ଡ ଏହି ସିରିଜକୁ ୨-୧ରେ ଜିତିଛି ।

ତୃତୀୟ ଟି -୨୦ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ସାତ ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ୧୯.୪ ଓଭରରେ ୬ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ପାକିସ୍ତାନ ପାଇଁ ଇନିଂସ ଓପନ କରିଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ୫୯ ବଲରେ ୮୯ ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୧୦ ଚୌକା ଓ ତିନି ଛକା ମାରିଥିଲେ | ଏହି ଇନିଂସ ପାଇଁ ରିଜୱାନ୍ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇଥିଲେ ।

Comments are closed.