ତେଲଦର ବେଲଗାମ, କ୍ରମାଗତ ୧୨ ଦିନ ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ – ତେଲ ଦରରେ ଲାଗୁନି ବ୍ରେକ୍ । ଆଜି କ୍ରମାଗତ ୧୨ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ପେଟ୍ରୋଲ ଲିଟର ପିଛା ୩୯ ପଇସା ଓ ଡିଜେଲ ୩୭ ପଇସା ବଢ଼ିଛି । ଏଥିସହ ଦିଲ୍ଲୀରେ ପେଟ୍ରୋଲ ଲିଟର ଏବେ ୯୦.୫୮ ଟଙ୍କା ହୋଇଥିବା ବେଳେ ଡିଜେଲ ୮୦.୯୭ଟଙ୍କାରେ ପହଞ୍ଚିଛି ।

ଦେଶର ବ୍ୟାବସାୟିକ ରାଜଧାନୀ ମୁମ୍ବାଇରେ ବି ପେଟ୍ରୋଲ ତିନି ଅଙ୍କର ନିକଟତର ହୋଇଛି । ମୁ୍‌ମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୮୮.୦୬ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟ ସହରରେ ମଧ୍ୟ ତେଲଦର ଦୈନିକ ରେକର୍ଡ ଭାଙ୍ଗୁଛି ।
ତେଲ ଦରରେ କ୍ରମାଗତ ବୃଦ୍ଧି ଯୋଗୁଁ ଏହାର ପ୍ରଭାବ ମୁଦ୍ରାସ୍ଫୀତି ହାର ଉପରେ ପଡିିଛି । ଯଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଦରଦାମ ବଢ଼ି ଚାଲିଛି ।

Comments are closed.