ପୁଣି ବଢ଼ୁଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ଦେଶରେ ୧୩,୯୯୩ ଆକ୍ରାନ୍ତ ଚିହ୍ନଟ, ୧୦୧ ମୃତ

ନୂଆଦିଲ୍ଲୀ – ଦେଶରେ କିଛି ରାଜ୍ୟରେ ପୁଣି କରୋନା ସଂକ୍ରମଣ ହାର ବୃଦ୍ଧି ପାଇଛି । ବିଶେଷକରି ମହାରାଷ୍ଟ୍ର ଓ କେରଳରେ କରୋନା ଗ୍ରାଫ୍ ପୁଣି ଉପରମୁହାଁ ହୋଇଛି । ଭାରତରେ ଗତ ୨୪ ଘଣ୍ଟାରେ ଆଉ ୧୩,୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ମହାମାରୀରେ ଆଉ ୧୦୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୧୦,୩୦୭ ଜଣ ଏହି ରୋଗରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୭୭ ହଜାର ୩୮୭କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୬ ହଜାର ୨୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୬ ଲକ୍ଷ ୭୮ ହଜାର ୪୮ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ସକ୍ରିୟ ମାମଲା ବି ବଢ଼ିଛି । ଏବେ ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୨୭ରେ ପହଞ୍ଚିଛି ।
ଅନ୍ୟପକ୍ଷେ ଟିକାକରଣରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ଦେଶରେ ୧୯ ଫେବୃୟାରୀ ସୁଦ୍ଧା ମୋଟ ୧ କୋଟି ୭ ଲକ୍ଷ ୧୫ ହଜାର ୨୦୪ ଜଣଙ୍କୁ ଟିକା ଦିଆଯାଇଛି । ଗତକାଲି ଆଉ ୫ ଲକ୍ଷ ୨୭ହଜାର ୧୯୭ ଜଣଙ୍କୁ ଟିକା ଲଗାଯାଇଥିଲା ।

Comments are closed.