ତୈଳ କଂପାନିଙ୍କ ଲାଭ ହିଁ ଦେଖୁଛନ୍ତି କେନ୍ଦ୍ର ସରକାର : ବିଜେଡି

ଭୁବନେଶ୍ୱର- ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ ନେଇ ପ୍ରତିକ୍ରିୟା ଦେଇଛି ବିଜେଡି । ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କ ସମସ୍ୟା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରି ତୈଳ କଂପାନିମାନଙ୍କୁ ଲାଭବାନ କରିବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । ସେଥିପାଇଁ ତୈଳ ଦର ଉପରେ କେନ୍ଦ୍ର ସରକାର ଅଙ୍କୁଶ ଲଗାଉ ନାହାନ୍ତି ବୋଲି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ।

Comments are closed.