ବିଧାନସଭା ଅଧିବେଶନ ପୂର୍ବରୁ ଆଜିଠାରୁ ତିନି ଦିନ କୋଭିଡ ଟେଷ୍ଟିଂ

ଭୁବନେଶ୍ୱର- ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ଆଜିଠାରୁ କୋରୋନା ଟେଷ୍ଟିଂ ଆରମ୍ଭ ହୋଇଛି । ଆଜିଠାରୁ ୧୭ ତାରିଖ ଯାଏଁ କୋଭିଡ ଟେଷ୍ଟ କରାଯିବ ।

ସକାଳ ସାଢେ ୮ରୁ ସଂଧ୍ୟା ୫ଟା ଯାଏଁ ବିଧାୟକ, ମନ୍ତ୍ରୀ, ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ କୋଭିଡ ଟେଷ୍ଟ କରାଯିବ । ଗଣମାଧ୍ୟମର ପ୍ରତିନିଧିଙ୍କ ପାଇଁ ବି କୋଭିଡ ଟେଷ୍ଟ ଆଜିଠାରୁ ଆରମ୍ଭ ହୋଇଛି ।

ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଛି ।

Comments are closed.