ଥାଇଲାଣ୍ଡ ଓପନରେ ଭାରତୀୟ ଚାଲେଞ୍ଜ୍ ଶେଷ

ବ୍ୟାଙ୍କକ୍ – ଥାଇଲାଣ୍ଡ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ସାଇାନ ନେହ୍ୱାଲ, କିଦାମ୍ବି ଶ୍ରୀକାନ୍ତ ଓ ଡବଲ୍ସ ଟିମ୍ ବିଦାୟ ନେଇଛନ୍ତି । ଏଥିସହ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଅଭିଯାନ ଶେଷ ହୋଇଛି । ସାଇନା ପ୍ରି-କ୍ୱାର୍ଟରରେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମ୍ରୁଙ୍ଗଫାନଙ୍କ ଠାରୁ ହାରି ଯାଇଛନ୍ତି । ଏହି ଭାରତୀୟ ଷ୍ଟାର ୨୩-୨୧, ୧୪-୨୧,୧୬-୨୧ରେ ଓଙ୍ଗବାମ୍ରୁଙ୍ଗଫାନଙ୍କ ଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି । ଅନ୍ୟପକ୍ଷେ ଆଘାତ କାରଣରୁ କିଦାମ୍ବି ଶ୍ରୀକାନ୍ତ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ମିକ୍ସଡ୍ ଡବଲ୍ସ ଯୋଡି ସାତ୍ୱିକସାଇରାଜ ଓ ଅଶ୍ୱିନୀ ପୋନ୍ନାପ୍ପାଙ୍କୁ ବି ପରାଜୟ ସାମ୍ନା କରିବାକୁ ପଡିଛି । ଏହି ଭାରତୀୟ ମିକ୍ସଡ୍ ଯୋଡି ହଂକଂର ତାକ୍ ଚିଙ୍ଗ୍ ଚାଙ୍ଗ୍ ଓ ୱିଙ୍ଗ୍ ୟଙ୍ଗ୍ ଏନଗିଙ୍କ ଠାରୁ ୧୨-୨୧, ୧୭-୨୧ରେ ହାରିଥିଲେ ।

ସେହିପରି ଭାରତର ଷ୍ଟାର ପୁରୁଷ ଡବଲ୍ସ ଯୋଡି ସାତ୍ୱିକ-ଚିରାଗ ମଧ୍ୟ ଦ୍ୱିତୀୟ ରାଉଣ୍ଡରେ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ସାତ୍ୱିକ-ଚିରାଗ ମାଲେସିଆର ମହମ୍ମଦ ଆଶାନ୍ ଓ ହେଣ୍ଡ୍ରା ସେଟିଆୱାନଙ୍କ ଠାରୁ ୧୯-୨୧, ୧୭-୨୧ରେ ପରାସ୍ତ ହୋଇଥିଲେ । ପ୍ରଥମ ଦିନରେ ହିଁ ବିଶ୍ୱ ଚାମ୍ପିୟନ ପିଭି ସିନ୍ଧୁଙ୍କ ସମେତ ଏଚ୍‌ଏସ ପ୍ରଣୟ, ସାଇପ୍ରଣୀତ, ସମୀର ବର୍ମା ପରାସ୍ତ ହୋଇଥିଲେ ।

Comments are closed.