ଥାଇଲାଣ୍ଡ ଓପନ୍ ପୂର୍ବରୁ ସାଇନା କରେନା ପଜିଟିଭ୍‌

ବ୍ୟାଙ୍କକ୍ – ଥାଇଲାଣ୍ଡ ଓପନ୍ ପୂର୍ବରୁ ଭାରତୀୟ ବ୍ୟାଡମିଣ୍ଟନ୍ ଷ୍ଟାର ସାଇନା ନେହ୍ୱାଲଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିଛି । ଥାଇଲାଣ୍ଡ ଓପନରେ ଭାଗ ନେବାକୁ ସାଇାନଙ୍କ ସହ ଭାରତର ଅନ୍ୟ ଖେଳାଳି ଏଠାରେ ପହଞ୍ôଚଥିଲେ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ସେମାନଙ୍କ ବାଧ୍ୟତାମୂଳକ ଟେଷ୍ଟ ହୋଇଥିଲା । ସାଇନାଙ୍କ ଟେଷ୍ଟ ରିପୋର୍ଟ କୁଆଡେ ପଜିଟିଭ୍ ଆସିଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ସେ ବର୍ତ୍ତମାନ ଥାଇଲାଣ୍ଡର ଏକ ହସ୍ପିଟାଲରେ କ୍ୱାରେଣ୍ଟାଇନରେ ରହିଛନ୍ତି ।

ତେବେ ସାଇନା କହିଛନ୍ତି ଯେ, ତାଙ୍କୁ ଟେଷ୍ଟ ରିପୋର୍ଟ ମିଳିନାହିଁ । ତାଙ୍କୁ ଖାଲି କୁହାଯାଇଛି ଯେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିୟମାନୁସାରେ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ପାଞ୍ଚ ଘଣ୍ଟା ମଧ୍ୟରେ ଆସିବା କଥା । କିନ୍ତୁ ତାଙ୍କ କ୍ଷେତ୍ରରେ ଏହି ନିୟମ ପାଳନ କରାଯାଉ ନାହିଁ ବୋଲି ସାଇନା ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘ (ବାଇ) ସ୍ପଷ୍ଟ କରିଥିଲା ଯେ, ସାଇନା ଓ ଏଚଏସ୍ ପ୍ରଣୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି ।

Comments are closed.