ଦନ୍ତା ଆକ୍ରମଣରେ ୪ ମୃତ

ବଲାଙ୍ଗିର/ବରଗଡ : ଦନ୍ତା ଆକ୍ରମଣରେ ୨ଟି ଘଟଣାରେ ୪ଜଣଙ୍କ ମ୍ରୁତ୍ୟୁ ହୋଇଛି । ବଲାଙ୍ଗିର ଆଗଲପୁର ବ୍ଲକ ଦରଲିପାଲି ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଦର୍ଲିପାଲି ଗାଁର ବିରଞ୍ଚି ସାହୁ(୫୫) ବୋଲି ଜଣାପଡିଛି । ସେହିପରି ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକରେ ଦନ୍ତାର ଶିକାର ହୋଇ ୩ଜଣଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ଉମ୍ରାଟ ଗାଁର ମାଲ ସେଠ(୬୦), ବିରଞ୍ଚୀ କୁମ୍ଭାର(୫୮) ଏବଂ ନାଥପାଳିର ଶିବ ସେଠ ।ଡିଏଫଓ ସମୀର ଶତପଥି ଘଟଣାସ୍ଥଳକୁ ଯାଉଥିବା ସୂଚନା ମିଳିଛି ।

Comments are closed.