ଦଶନ୍ଧିର ଶ୍ରେଷ୍ଠ ଦିନିକିଆ, ଟି-୨୦ ଓ ଟେଷ୍ଟ ଦଳ ଘୋଷଣା କଲା ଆଇସିସି, ଧୋନି ଓ କୋହଲିଙ୍କ ପ୍ରାଧାନ୍ୟ

ଦୁବାଇ – ଗତ ୧୦ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକୁ ଆଧାର କରି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦଶନ୍ଧି ପୁରସ୍କାର ଘୋଷଣା କରିଛି । ଏହି ଦଶନ୍ଧିର ଶ୍ରେଷ୍ଠ ପ୍ରଦର୍ଶନ ଆଧାରରେ ଆଇସିସି ଏହାର ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଏବଂ ଟି-୨୦ ଦଳ ଚୟନ କରିଛି। ଏହି ସବୁ ‌ ଦଳରେ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରାଧାନ୍ୟ ରହିଛି ।

ଦଶନ୍ଧିର ଆଇସିସି ଦିନିକିଆ, ଟେଷ୍ଟ ଏବଂ ଟି -୨୦ ଦଳରେ ବିରାଟ କୋହଲି ସ୍ଥାନ ପାଇଛନ୍ତି। ଟେଷ୍ଟ ଦଳର ନେତୃତ୍ବ ବି ତାଙ୍କୁ ଦିଆଯାଇଛି। ଏହା ବ୍ୟତୀତ ବିଶ୍ୱ ଚାମ୍ପିଅନ୍ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି।

୨୮ ବର୍ଷ ପରେ ଭାରତକୁ ଦିନିକିଆ ବିଶ୍ୱକପ ଦେଇଥିବା କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି ଦଶନ୍ଧିର ୫୦ ଓଭର ଦଳର ଅଧିନାୟକ ଭାବେ ଆଇସିସି ନିଯୁକ୍ତ କରିଛି। ଧୋନିଙ୍କ ବ୍ୟତୀତ ଏହି ଦଳରେ ଆଉ ଦୁଇଜଣ ଭାରତୀୟ ରୋହିତ ଶର୍ମା, ବିରାଟ କୋହଲି ଅଛନ୍ତି। ଏହି ଦଳରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ନର ଏବଂ ମିଚେଲ ଷ୍ଟାର୍କ ମଧ୍ୟ ସ୍ଥାନ ପାଇଛନ୍ତି ।

ଦଶନ୍ଧିର ଆଇସିସି ଦିନିକିଆ ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ଓ ୱିକେଟ୍ କିପର), ଡେଭିଡ ୱାର୍ଣ୍ଣର, ବିରାଟ କୋହଲି, ଏବି ଡି’ ଭିଲିୟର୍ସ, ଶାକିବ ଅଲ ହାସନ, ବେନ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିର, ଲାସିଥ ମାଲିଙ୍ଗା।

ଟି -୨୦ ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ଓ ୱିକେଟ୍ କିପର), ରୋହିତ ଶର୍ମା, କ୍ରିସ୍ ଗେଲ, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ, କିରନ୍ ପୋଲାର୍ଡ, ରସିଦ୍ ଖାନ୍, ଜସପ୍ରୀତ ବୁମ୍ରା, ଲାସିଥ୍ ମାଲିଙ୍ଗା

ଦଶନ୍ଧିର ଆଇସିସି ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ଆଲାଷ୍ଟାୟର କୁକ, ଡେଭିଡ ୱାର୍ଣ୍ଣର, କେନ ୱିଲିୟମସନ, ଷ୍ଟିଭ ସ୍ମିଥ, କୁମାର ସାଙ୍ଗାକାରା (ୱିକେଟ୍ କିପର), ବେନ ଷ୍ଟୋକ୍ସ, ରବିଚନ୍ଦ୍ରନ ଅଶ୍ୱିନ, ଡେଲ ଷ୍ଟେନ, ଷ୍ଟିୱାର୍ଡ ବ୍ରଡ, ଜେମ୍ସ ଆଣ୍ଡରସନ।

Comments are closed.