ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରଜନୀକାନ୍ତ

ହାଇଦ୍ରାବାଦ – ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରୁ ଛାଡ଼ ପାଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବା ପରେ ହାଇଦ୍ରାବାଦ ଆପୋଲୋ ହସ୍ପିଟାଲ୍‌ରୁ ଆଜି ରଜନୀକାନ୍ତ ଡିସ୍‌ଚାର୍ଜ ହୋଇଛନ୍ତି । ଅସ୍ୱାଭାବିକ ରକ୍ତଚାପ ଯୋଗୁଁ ଦୁଇ ଦିନ ତଳେ ରଜନୀକାନ୍ତ ହସ୍ପିଟାଲରେ ଭତ୍ତି ର୍ ହୋଇଥିଲେ । ତେବେ ତାଙ୍କ ରକ୍ତଚାପ ବର୍ତ୍ତମାନ ସ୍ଥିର ଅଛି ଓ ଏହି କିମ୍ବଦନ୍ତୀ ଅଭିନେତା ମଧ୍ୟ ନିଜକୁ ସୁସ୍ଥ ଅନୁଭବ କରୁଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
ରଜନୀକାନ୍ତ ନିଜ ଆଗାମୀ ଫିଲ୍ମ ‘ଆନ୍ନାଥେ‘ର ସୁଟିଂ ପାଇଁ ଗତ ୧୦ ଦିନ ଧରି ହାଇଦ୍ରାବାଦରେ ଅଛନ୍ତି । ତେବେ ସୁଟିଂ ସେଟରେ ୮ ଜଣ ସଦସ୍ୟ କରୋନା ପଜିଟିଭ୍ ହେବା ପରେ ଫିଲ୍ମ ସୁଟିଂ ବନ୍ଦ ରହିଛି । ରଜନୀକାନ୍ତ ମଧ୍ୟ ଡିସେମ୍ବର ୨୨ରେ ନିଜର କରୋନା ଟେଷ୍ଟ କରାଇଥିଲେ । ସୌଭାଗ୍ୟ ବଶତଃ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ତଥାପି ସେ ଗତ କିଛିଦିନ ଧରି କ୍ୱାରେଣ୍ଟାଇନରେ ରହିଥିଲେ । ତେବେ ରକ୍ତଚାପରେ ଅସ୍ଥିରତା ଯୋଗୁଁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Comments are closed.