ଦିନକରେ ଆଉ ୯୬,୯୮୨ କରୋନା ଆକ୍ରାନ୍ତ ଚିହ୍ନଟ, ୪୪୬ ମୃତ

ନୂଆଦିଲ୍ଲୀ – ଭାରତରେ କ୍ରମାଗତ ତୃତୀୟ ଦିନ ଧରି ୯୦ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୯୬,୯୮୨ ମାମଲା ସାମ୍ନାକୁ ଆସିଛି । ଗତକାଲି ପ୍ରଥମ ଥର ଦୈନିକ ମାମଲା ଲକ୍ଷେ ଟପିଥିଲା । ଦିନକରେ ଏହି ମହାମାରୀରେ ଆଉ ୪୪୬ ଜଣଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୬,୮୭୬,୦୪୯କୁ ବୃଦ୍ଧି ପାଇଛି । କରୋନା ଜନିତ ମୃତ୍ୟୁସଂଖ୍ୟା ୧,୬୫,୫୪୭ରେ ପହଞ୍ଚିଛି । ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଭାରତରେ ଏବେ ମୋଟ ୭,୮୮,୨୨୩ ସକ୍ରିୟ ରୋଗୀ ଅଛନ୍ତି ।

ଏଯାବତ କରୋନାରୁ ୧,୧୭,୩୨,୨୭୯ ଲୋକ ସୁସ୍ଥ ହୋଇଛନ୍ତି ।

Comments are closed.