ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ସୃଷ୍ଟି

ଡେରାଡୁନ୍ – ଜାତୀୟ କନ୍ୟା ସନ୍ତାନ ଦିବସ (ଜାନୁୟାରୀ ୨୪) ଅବସରରେ କଲେଜ ଛାତ୍ରୀ ସୃଷ୍ଟି ଗୋସ୍ୱାମୀ ଗୋଟିଏ ଦିନ ପାଇଁ ରବିବାର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ହରିଦ୍ୱାରରେ ରହୁଥିବା ସୃଷ୍ଟି ଡେରାଡୁନ ସ୍ଥିତ ରାଜ୍ୟ ବିଧାନସଭାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି । ତାଙ୍କୁ ରାଜ୍ୟର ପ୍ରୋଟୋକଲ ମନ୍ତ୍ରୀ ଧନସିଂହ ରାୱତ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ସୃଷ୍ଟି ସବୁ ବିଭାଗର କାର୍ଯ୍ୟ ଓ ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବେ । ଏହି ସବୁ ଯୋଜନାର ସମୀକ୍ଷଶ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସବୁ ବିଭାଗ ପରିଦର୍ଶନ କରିବେ । ସୃଷ୍ଟି ଅପରାହ୍ନ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିବେ ।

ଏହା ପୂର୍ବରୁ ସୃଷ୍ଟିଙ୍କୁ ୨୦୧୮ରେ ଶିଶୁ ବିଧାନସଭାର ବିଧାୟିକା ଭାବେ ନିର୍ବାଚିତ କରାଯାଇଥିଲା । ସୃଷ୍ଟିଙ୍କ ଘର ହରିଦ୍ୱାର ଜିଲ୍ଲା ଦୌଲତପୁର ଗାଁ’ରେ । ସୃଷ୍ଟି ଯୁକ୍ତି ତିନି ବିଜ୍ଞାନ ଛାତ୍ରୀ । ତାଙ୍କ ବାପା ଏକ ଛୋଟ ଦୋକାନ ଚଳାଉଥିବା ବେଳେ ମା’ ଜଣେ ଅଙ୍ଗନବାଡ଼ି କର୍ମଚାରୀ । ସୃଷ୍ଟି ଦୁଇବର୍ଷ ହେଲା ଏକ ସ୍ୱେଚ୍ଛାସେବୀ ସଂଗଠନ ସହ ମଧ୍ୟ ଜଡିତ ଅଛ

Comments are closed.