ଇତିହାସ ରଚିଲେ ଡି’ଭିଲିୟର୍ସ, ପ୍ରଥମ ବିଦେଶୀ ଖେଳାଳି ଭାବେ ଆଇପିଏଲ୍‌ରୁ ୧୦୦ କୋଟି ଆୟ କଲେ

ନୂଆଦିଲ୍ଲୀ – ଦକ୍ଷିଣ ଆଫ୍ରିକାର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ତଥା ମିଷ୍ଟର ୩୬୦ ଡିଗ୍ରୀ ଭାବେ ଜଣାଶୁଣା ଏବି ଡି’ଭିଲିୟର୍ସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଇତିହାସ ରଚିଛନ୍ତି । ସମ୍ପ୍ରତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଇପିଏଲ୍ ୨୦୨୧ ପାଇଁ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ବଜାୟ ରଖିଛି । ଏହା ସହ ଡି’ଭିଲିୟର୍ସ ପ୍ରଥମ ବିଦେଶୀ କ୍ରିକେଟର ଭାବେ ଆଇପିଏଲରୁ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି।

ଡି ଭିଲିୟର୍ସଙ୍କ ପୂର୍ବରୁ ଚାରିଜଣ ଭାରତୀୟ ଖେଳାଳି ଏହି ତାଲିକାରେ ଥିଲେ । ୧୦୦ କୋଟିରୁ ଅଧିକ ରୋଜଗାର କରୁଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି, ଆରସିବି ଅଧିନାୟକ ବିରାଟ କୋହଲି, ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏବଂ ଚେନ୍ନାଇର ସୁରେଶ ରାଇନା ରହିଛନ୍ତି। ଆଇପିଏଲରେ ଗୋଟିଏ ସିଜିନ ପାଇଁ ଆରସିବି ଡି’ଭିଲିୟର୍ସଙ୍କୁ ୧୧ କୋଟି ଟଙ୍କା ଦେଉଛି। ଡି’ଭିଲିୟର୍ସ ଏପର‌୍ୟ୍ୟନ୍ତ ୧୦୨.୫ କୋଟି ଟଙ୍କା ରୋଜଗାର କରିଛନ୍ତି।

ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍ ମାମଲାରେ ଡି’ଭିଲିୟର୍ସ ଚତୁର୍ଥ ସ୍ଥାନରେ ଅଛନ୍ତି । ସେ ୪୦ ଆଭରେଜରେ ୧୬୯ ଟି ମ୍ୟାଚରୁ ୪୮୪୯ ରନ୍ ସଂଗ୍ରହ କରିଛନ୍ତି। ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ତିନି ଶତକ ଏବଂ ୩୮ ଅର୍ଦ୍ଧଶତକ ହାସଲ କରିଛନ୍ତି। କ୍ରିସ୍ ଗେଲଙ୍କ ପରେ ସେ ଆଇପିଏଲରେ ସର୍ବାଧିକ ଛକା ମଧ୍ୟ ମାରିଛନ୍ତି । ଆଇପିଏଲ୍ ୨୦୨୦ ରେ ସେ ହାରାହାରି ୪୫.୪୦ରେ ମୋଟ ୪୫୪ ରନ୍ କରିଥିଲେ। ତାଙ୍କର ଷ୍ଟ୍ରାଇକ୍ ହାର ୧୫୮.୭୪ ଥିଲା ଜ୍ଝ ତେବେ ଆଇପିଏଲରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବିରାଟ କୋହଲି ଏବଂ ଏବି ଡି ଭିଲିୟର୍ସ ଏପର‌୍ୟ୍ୟନ୍ତ ଆରସିବିକୁ ଟାଇଟଲ ଜିତାଇବାରେ ବିଫଳ ହୋଇଛନ୍ତି। ଏଥର ଡି ଭିଲିୟର୍ସ ଓ କୋହଲି ଆରସିବିର ଟାଇଟଲ୍ ମରୁଡ଼ି ଶେଷ କରିବେ ବୋଲି ଆଶା କରାଯାଉଛି।

Comments are closed.