ଦିବ୍ୟାଙ୍ଗ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଘଟଣା, ସଂପାଦକ ସୁରେଶ ବେହେରା ଗିରଫ

ଭୁବନେଶ୍ୱର- ରାଜଧାନୀର ଦିବ୍ୟାଙ୍ଗ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଘଟଣାରେ ନିଖିଳ ଉତ୍କଳ ଶାରିରୀକ ଦିବ୍ୟାଙ୍ଗ କଲ୍ୟାଣ ମହାସଂଘର ସଂପାଦକ ସୁରେଶ ବେହେରାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଏୟାରପୋର୍ଟ ଥାନାରେ ଗତକାଲିଠାରୁ ଅଟକ ରଖାଯାଇ ପଚରାଉଚୁରା କରୁଥିଲା ପୋଲିସ । ସୁରେଶଙ୍କ ସହ ଏହି ମାମଲାର ମୋଟ ୬ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ସରକାରୀ ଅଧିକାରୀଙ୍କ ସହ ୨ ଜଣ କର୍ମଚାରୀ ଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ଅନୁଷ୍ଠାନର ସଂପାଦକ ସୁରେଶଙ୍କ ବିରୋଧରେ ମାନବ ଚାଲାଣ ଅଭିଯୋଗ ଆଣିଥିଲେ ଜଣେ ମହିଳା । ସେକ୍ସ ରାକେଟରେ ଥିବା ମହିଳା ଜଣକ ଏହି ଅଭିଯୋଗ ଆଣିଛନ୍ତି ।

Comments are closed.