ଦିଲ୍ଲୀ ସୀମା ପରିବର୍ତ୍ତେ ସରକାର ଲଦାଖରେ ଚୀନକୁ ରୋକିବା ପାଇଁ କଣ୍ଟା ପୋତିବାର ଥିଲା: ଓୱେସି

ଅହମ୍ମଦାବାଦ – କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ରୋକିବା ପାଇଁ ଦିଲ୍ଲୀ ସୀମାରେ କଣ୍ଟା ପୋତାଯିବାକ ନେଇ ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି । ଓୱେସି କହିଛନ୍ତି, ସରକାର ଦିଲ୍ଲୀ ରାଜପଥରେ କଣ୍ଟା ପୋତିବା ପରିବର୍ତ୍ତେ ଚୀନ୍‌କୁ ରୋକିବା ପାଇଁ ଲଦାଖରେ କଣ୍ଟା ପୋତିବାର ଥିଲଶ । ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ମାନଙ୍କର ‘ମନ୍ କି ବାତ୍‌’ ଶୁଣନ୍ତୁ ।

ଅହମ୍ମଦାବାଦରେ ଏକ ରାଲିକୁ ସମ୍ବୋଧନ କରି ଓୱେସି କୃଷକ ମାନଙ୍କ ବିରୋଧରେ ମୋଦି ସରକାରର ଆଭିମୁଖ୍ୟକୁ ସମାଲୋଚନା କରିଥିଲେ । ଚାଷୀମାନଙ୍କୁ ରୋକିବା ପାଇଁ ରାସ୍ତାରେ କଣ୍ଟା ପୋତାଯିବା ଭଳି ପଦକ୍ଷେପକୁ ମଧ୍ୟ ସେ ଭର୍ତ୍ସନା କରିଛନ୍ତି । ଚୀନ୍ ସୈନିକଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ସରକାର ଲଦାଖରେ କଣ୍ଟା ପୋତିଛନ୍ତି କି ବୋଲି ଓୱେସି ପ୍ରଶ୍ନ କରିଛନ୍ତି । ସରକାର ଲଦାଖରେ କଣ୍ଟା ପୋତିନଥିଲେ । ତେଣୁ ଚୀନ୍ ଆକ୍ରମଣରେ ଆମର ୧୮ ଜଣ ଯବାନ ସହିଦ୍ ହୋଇଗଲେ । ଯଦି ଆପଣଙ୍କ ୫୬ ଇଞ୍ଚ୍ ଛାତି ଅଛି, ତେବେ ଚୀନକୁ ଉଚିତ ଶିକ୍ଷା ଦିଅନ୍ତୁ ବୋଲି ଓୱେସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି । ମୋଦି କାହିଁକି ଚୀନ୍‌ର ନାଁ ନେଉ ନାହାନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

Comments are closed.