ଦିଲ୍ଲୀ ହିଂସା ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । କୋର୍ଟ କହିଛନ୍ତି ଯେ, ସରକାର ଓ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି । ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି ଯେ, ଆଇନ ତା ବାଟରେ ଯିବ । ଏଭଳି ସ୍ଥିତିରେ ଆମେ ଏଥିରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ ବୋଲି ଏକ ପିଟିସନ ଉପରେ ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଏ.ବୋବଡେ୍ କହିଛନ୍ତି । ଏହାଛଡ଼ା ପିଟିସନ ପ୍ରତ୍ୟାହାର କରିବାକୁ କୋର୍ଟ ଆବେଦନକାରୀଙ୍କୁ ପରାମର୍ଶ ଦେଇଥିଲେ । ଯଦି ଆବେଦନକାରୀଙ୍କ ଆଉ କୌଣସି ଅଭିଯୋଗ ଅଛି, ତେବେ ସେ ଗୃହ ମନ୍ତ୍ରାଳୟକୁ ଜଣାଇ ପାରିବେ ବୋଲି କୋର୍ଟ କହିଥିଲେ ।

ଜାନୁୟାରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସା ମାମଲାର ତଦନ୍ତ ସୁପ୍ରିମକୋର୍ଟର ଜଣେ ଅସବରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରିବା ପାଇଁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ।

Comments are closed.