ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣାର ଆତ୍ମସମର୍ପଣ, ଆଇଏଏସ ଭିନିଲ କ୍ରିଷ୍ଣାଙ୍କ ଅପହରଣରେ ଥିଲା ମାଷ୍ଟରମାଇଣ୍ଡ୍

‌ମାଲକାନଗିରି- ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ସକ୍ରିୟ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ଜି.ଜଳନ୍ଧର ରେଡ୍ଡୀ ଓରଫ କ୍ରିଷ୍ଣା ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ସେ ବହୁ ବର୍ଷ ଧରି ଆନ୍ଧ୍ର-ଓଡିଶା ବର୍ଡର ଡିଭିଜନ ସହ ସଂପୃକ୍ତ ଥିଲା । ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସଡି ଭିନିଲ କ୍ରିଷ୍ଣାଙ୍କ ଅପହରଣରେ କ୍ରିଷ୍ଣାର ମୁଖ୍ୟ ଭୂମିକା ଥିଲା । ମାଲକାନଗିରି ପୋଲିସ ଏବଂ ବିଏସଏଫ ତଥା ଆନ୍ଧ୍ର-ପୋଲିସର ବାରମ୍ବାର ଅପରେସନ ପରେ କ୍ରିଷ୍ଣା ଆତ୍ମସମର୍ପଣ କରିଛି । ଓଡିଶା, ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟର ପୋଲିସ କ୍ରିଷ୍ଣାକୁ ଧରିବା ପାଇଁ ଜୋରଦାର ଉଦ୍ୟମ କରିଥିଲେ । ମାଲକାନଗିରି ପୋଲିସ କ୍ରିଷ୍ଣାକୁ ରିମାଣ୍ଡରେ ଆଣିବ ।

Comments are closed.