ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫୨ ଲକ୍ଷ ପାର, ୨୪ ଘଂଟାରେ ୯୬ ହଜାରରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ – ଭାରତରେ ମୋଟ କୋରୋନା ସଂକ୍ରମିତଙ୍କ ମାମଲା ୫୨ ଲକ୍ଷ ପାର କରିସାରିଛି । ଗତ ୨୪ ଘଂଟାରେ ଦେଶରେ କୋରୋନାର ୯୬ ହଜାର ୪୨୪ ନୂଆ ମାମଲା ଆସିଛି । ଏଥିସହ ମୋଟ ପଜିଟିଭ ମାମଲା ୫୨ ଲକ୍ଷ ୧୪ ହଜାର ୬୭୮କୁ ବୃଦ୍ଧି ପାଇଛି । ଏହାଛଡା ଗତ ୨୪ ଘଂଟାରେ ଦେଶରେ ୧ ହଜାର ୧୭୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହିତ ଦେଶରେ ଏ ପର୍ଯ୍ୟନ୍ତ ୮୪ ହଜାର ୩୭୨ ଜଣଙ୍କ ମୃତ୍ୟୁ ହୋଇସାରିଛି ।

ଦେଶରେ ବର୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ୭୫୪ ଥିବା ବେଳେ ୪୧ ଲକ୍ଷ ୧୨ ହଜାର ୫୫୧ ରୋଗୀ ସୁସ୍ଥ ହୋଇସାରିଛନ୍ତି ।

Comments are closed.