ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫୯ ଲକ୍ଷ ଟପିଲା, ମୃତ୍ୟୁସଂଖ୍ୟା ୯୩ ହଜାର ପାର

ନୂଆଦିଲ୍ଲୀ -ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫୯ ଲକ୍ଷ ୩ ହଜାର ୯୩୨କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୮୫ ହଜାର ୩୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ସାରା ଦେଶରେ ୧ ହଜାର ୮୯ ରୋଗୀଙ୍କ ମୃତ୍ୟୁ ହୋଇଛି । ଫଳରେ କୋରୋନା ମୃତ୍ୟୁ ସଂଖ୍ୟା ୯୩ ହଜାର ୩୭୯କୁ ବୃଦ୍ଧି ପାଇଛି । ଏବେ ଦେଶର ସକ୍ରିୟ କୋରୋନା ମାମଲା ୯ ଲକ୍ଷ ୬୦ ହଜାର ୯୬୯ ଥିବା ବେଳେ ୪୮ ଲକ୍ଷ ୪୯ ହଜାର ୫୮୪ ଜଣ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଂଟା ମଧ୍ୟରେ ନୂଆ ସଂକ୍ରମଣ ଅପେକ୍ଷା ଭାରତରେ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି । ଦିନକରେ ସୁସ୍ଥତା ସଂଖ୍ୟା ୯୩ ହଜାର ଟପିଥିଲା ବେଳେ ସମଗ୍ର ଦେଶରେ ସକ୍ରିୟ କୋରୋନା ମାମଲା ୯ ଲକ୍ଷ ୬୦ ହଜାରକୁ ଖସିଆସିଛି ।

Comments are closed.