ଦେଶର ସର୍ବକନିଷ୍ଠ ମେୟର ହେଲେ ଆର୍ଯ୍ୟା

ଥିରୁଭନନ୍ତପୁରମ – ଥିରୁଭନନ୍ତପୁରମ ନଗର ନିଗମର ମେୟର ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଆର୍ଯ୍ୟା ରାଜେନ୍ଦ୍ରନ । ଏଥିସହ ୨୧ ବର୍ଷୀୟା ଆର୍ଯ୍ୟା ଇତିହାସ ରଚିଛନ୍ତି । ଆର୍ଯ୍ୟା ହେଉଛନ୍ତି ଭାରତର ସର୍ବକନିଷ୍ଠ ମେୟର । ୧୦୦ ସଦସ୍ୟ ବିଶିଷ୍ଟ ଥିରୁଭନନ୍ତପୁରମ ନଗର ନିଗମ ପରିଷଦ ନିର୍ବାଚନରେ ଆର୍ଯ୍ୟାଙ୍କୁ ୫୪ ଭୋଟ୍ ମିଳିଥିଲା । ଆର୍ଯ୍ୟା ଲେପ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ୍ (ଏଲ୍‌ଡିଏଫ୍‌) ପ୍ରାର୍ଥୀ ଭାବେ ଏହି ନିର୍ବାଚନ ଲଢ଼ିଥିଲେ । ଥିରୁଭନନ୍ତପୁରମ ନଗର ନିଗମ ପରିଷଦରେ ଏଲ୍‌ଡିଏଫ୍‌କୁ ୫୨ ସିଟ୍ ମିଳିଥିବା ବେଳେ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି)କୁ ୩୪ ସିଟ୍ ମିଳିଛି ।

Comments are closed.